ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର କାଲି ଟ୍ରାଏଲ ରନ୍

କୋଲକାତା: ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ କାଲି ଟ୍ରାଏଲ ରନ୍ କରିବ । ସକାଳ ୬ଟା ୧୦ରେ ହାୱଡାରୁ ଯାତ୍ରା ଆରମ୍ଭ କରିବ । ହାୱଡ଼ା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର ଓ କଟକରେ ୨ ମିନିଟ୍ ରହିବ । କଟକ ପରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ୍ ରହି ପୁରୀ ଯିବ । ୧୨ଟା ୩୫ରେ ପୁରୀ ପହଞ୍ଚି ୧ଟା ୫୦ରେ ପୁରୀ ଛାଡ଼ିବ । ପୁଣି ରାତି ୮ଟା ୩୦ରେ ହାୱଡ଼ା ପହଞ୍ଚିବ ।