ଜନତାଙ୍କ ପ୍ରତି ହୋଇଥିବା ଆକ୍ରମଣର ଜବାବ ଦେଇଛୁ : ନକ୍ସଲ

ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡାରେ ଗତକାଲି ନକ୍ସଲ ଆକ୍ରମଣ ଯୋଗୁ ୧୧ଜଣ ଯବାନ ସହିଦ ହୋଇଥିଲେ । ଏନେଇ ଆଜି ମାଓବାଦୀଙ୍କ ଦରଭା ଡିଭିଜନ ସଚିବ ସାଇନାଥଙ୍କ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇଛି । ଜନତାଙ୍କ ପ୍ରତି ହୋଇଥିବା ଆକ୍ରମଣର ଜବାବ ଦେଇଛୁ ବୋଲି ଉଲ୍ଲେଖ ରହିଛି ।

ନକ୍ସଲ ଦମନ ନାଁରେ ବହୁ ଲୋକଙ୍କ ଉପରେ ଅତ୍ୟାଚାର ଚାଲିଛି । ବିଭିନ୍ନ ପ୍ରକାର ହଜାର ହଜାର ଫୋର୍ସ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ସର୍ଚ୍ଚିଂ ନାଁରେ ଆକ୍ରମଣ କରି ଫେରୁଥିବା ଯବାନଙ୍କୁ ପ୍ରତିଜବାବ ଦିଆଯାଇଛି ବୋଲି ନକ୍ସଲ ପକ୍ଷରୁ କୁହାଯାଇଛି ।