ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ କାଲି ସକାଳ ୧୧ଟାରେ ବଜେଟ ଆଗତ କରାଯିବ । ଦିଲ୍ଲୀର ନୂଆ ଅର୍ଥମନ୍ତ୍ରୀ କୈଳାଶ ଗେହଲଟ କାଲି ପ୍ରଥମଥର ପାଇଁ ଦିଲ୍ଲୀର ବଜେଟ ଉପସ୍ଥାପନ କରିବେ ।
ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ଗଠନ ହେବା ପରେ ମନିଷ ସିସୋଦିଆ ଲଗାତାର ୮ ବର୍ଷ ଧରି ବଜେଟ ଉପସ୍ଥାପନ କରିଥିଲେ । ଫେବୃଆରୀ ୨୬ରେ ଅବକାରୀ ମାମଲାରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ୨୮ ତାରିଖରେ ନିଜ ପଦରୁ ଇସ୍ତଫା ଦେଇଥିଲେ ।