ବଜ୍ରାଘାତରେ ଟୋଲ ପ୍ଲାଜା ପ୍ରଭାବିତ: ସିଷ୍ଟମ ଅଚଳ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ତିଳେଇବଣି ଠାରୁ କେନ୍ଦୁଝର ଜିଲ୍ଲା ବିଞ୍ଜବାହାଳ ପର୍ଯ୍ୟନ୍ତ ନବ ନିର୍ମିତ ୪ ଲେନ ବିଶିଷ୍ଟ ୪୯ ନମ୍ବର ଜାତୀୟ ରାଜପଥର ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମ ସ୍ଥିତ ଟୋଲ ପ୍ଲାଜା ରେ ଗତକାଲି ରାତିରେ ବଜ୍ରାଘାତ ଯୋଗୁଁ ସିଷ୍ଟମ ଅଚଳ ହୋଇ ପଡ଼ିଛି। ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ନଷ୍ଟ ହୋଇଯାଇଛି।

ଗତକାଲି ରାତିରେ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡଘଡି ହୋଇଥିବାବେଳେ କଲା ଗ୍ରାମ ଠାରେ ଓରିଏଣ୍ଟାଲ ସୁପର ଷ୍ଟ୍ରାକ୍ଚରାଲ କମ୍ପାନୀ ପକ୍ଷରୁ ନିର୍ମିତ ଟୋଲ ପ୍ଲାଜାରେ ବଜ୍ରାଘାତ ପ୍ରଭାବରେ କମ୍ପ୍ୟୁଟର, ସିସିଟିଭି ସମେତ ଅନେକ ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ନଷ୍ଟ ହୋଇଯାଇଥିଲା। ଫଳରେ କିଛି ସମୟ ପାଇଁ ପ୍ଲାଜାରେ ଅଚଳା ବସ୍ଥା ସୃଷ୍ଟି ହୋଇଥିଲା। ସେହିପରି ପ୍ଲାଜାର ମନିଟରିଙ୍ଗ ସିଷ୍ଟମ ଅଚଳ ହୋଇପଡ଼ିଥିବା ଜଣାପଡିଛି।