ଟୋଲ୍ ଟ୍ୟାକ୍ସ ସଂଗ୍ରହ ୧.୪୦ ଲକ୍ଷ କୋଟି ଟପିବ

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜପଥରେ ଅବସ୍ଥାପିତ ଟୋଲ୍ ଟ୍ୟାକ୍ସ ସଂଗ୍ରହରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିବ। ଆଗାମୀ ତିନିବର୍ଷରେ ବାର୍ଷିକ ରାଜସ୍ୱ ସଂଗ୍ରହ ୪୦ ହଜାର କୋଟିରୁ ବୃଦ୍ଧି ପାଇ ୧.୪୦ ଲକ୍ଷ କୋଟିରେ ପହଞ୍ଚିବ ବୋଲି କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି।

ଦେଶରେ ପ୍ରତିବର୍ଷ ଯାତାୟତ ବୃଦ୍ଧି ଘଟୁଛି। ଫଳରେ ସଡ଼କ ଭିତ୍ତିଭୂମିରେ ନିବେଶକଙ୍କ ପାଇଁ ନିବେଶ କରିବାକୁ ଭଲ ସୁଯୋଗ ରହିଛି। ଏହି କ୍ଷେତ୍ରରେ ନିବେଶ କରିବାକୁ ନିବେଶକଙ୍କୁ ଆହ୍ୱାନ ଦେବା ସହିତ ସେ କହିଛନ୍ତି ଯେ ଦେଶର ଅର୍ଥ ବ୍ୟବସ୍ଥାର ଆକାର ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ଢାଞ୍ଚାଗତ କ୍ଷେତ୍ରରେ ନିବେଶର ଭଲ ପରିମାଣ ଆସୁଛି ।