ଟୋକିଓ ପାରାଅଲମ୍ପିକ୍ସ: ଟେବୁଲ ଟେନିସ ଫାଇନାଲରେ ଭାରତର ଭାବିନା

ନୂଆଦିଲ୍ଲୀ: ଟୋକିଓରେ ଚାଲିଥିବା ପାରାଅଲମ୍ପିକ୍ସ ଗେମ୍ସରେ ଭାରତର ଟେବୁଲ ଟେନିସ ଖେଳାଳି ଭାବିନା ପଟେଲ ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ଆଶାକୁ ଉଜ୍ଜୀବିତ କରିଛନ୍ତି। ସେମିଫାଇନାଲରେ ସେ ବିଶ୍ୱର ନମ୍ବର ୩ ଖେଳାଳିକୁ ହରାଇଛନ୍ତି। ଏଥିସହିତ ୨୯ ତାରିଖରେ ହେବାକୁ ଥିବା ଫାଇନାଲ ମୁକାବିଲାରେ ଭାବିନା ବିଶ୍ୱର ନମ୍ବର ୧ ଖେଳାଳିକୁ ଭେଟିବେ।

ସେମିଫାଇନାଲ ମ୍ୟାଚ ଜିତିବା ପରେ ଭାବିନା କହିଛନ୍ତି ଯେ, ଏହା ମୋ ପାଇଁ ବେଶ୍ ବଡ଼ ଉପଲବ୍ଧି। ଚୀନକୁ ହରାଇବା ଖୁବ୍ କଷ୍ଟ ବୋଲି ସମସ୍ତେ କହିଥାନ୍ତି। କିନ୍ତୁ ଯଦି ଆପଣ କିଛି କରିବାକୁ ଚାହୁଁଛନ୍ତି ତେବେ କୌଣସି ବି ଜିନିଷ ଅସମ୍ଭବ ନୁହେଁ ବୋଲି ତାହା ମୁଁ ଆଜି ପ୍ରମାଣିତ କରିଦେଇଛି।