ଆଜି ଚେନ୍ନାଇରେ ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ

ଚେନ୍ନାଇ,ଏଜେନ୍ସି: ରବିବାର ଦିନ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ତେବେ ପୂର୍ବ ମ୍ୟାଚ୍ରେ ୱଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟି-୨୦ ସିରିଜ ଜିତିଥିଲା। ସେହିପରି ଏହି ବିଜୟ ସହ ଦିନିକିଆ ମ୍ୟାଚ୍ ଅଭିଯାନ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି।

ଅପରପକ୍ଷରେ ୱେଷ୍ଟଇଣ୍ଡିଜ ଏହି ମ୍ୟାଚ୍ ଜିତିବାକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି। ଭାରତୀୟ ଦଳରେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ସାର୍ଦୁଳ ଠାକୁରଙ୍କୁ ସାମିଲ କରାଯାଇଛି । ଆହତ କାରଣରୁ ଭୁବନେଶ୍ୱର ବାଦ ପଡ଼ିଛିନ୍ତି । ସେହିପରି ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦଳରେ କିଏ ରହିବେ, ତାରି ଉପରେ ନଜର ରହିବ । ଅପରାହ୍ନ ଦେଢ଼ଟାରୁ ଖେଳ ଆରମ୍ଭ ହେବ ।