ଆଜି ସୁପ୍ରିମକୋର୍ଟରେ ଅର୍ଣ୍ଣବଙ୍କ ମାମଲାର ଶୁଣାଣି

ମୁମ୍ବାଇ,ଏଜେନ୍ସି: ଆଜି ସୁପ୍ରିମ କୋର୍ଟରେ ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାର ଶୁଣାଣି ହେବ। ବମ୍ୱେ ହାଇକୋର୍ଟ ପକ୍ଷରୁ ତାଙ୍କର ଜାମିନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବମ୍ୱେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି।

ଗତକାଲି ବମ୍ୱେ ହାଇକୋର୍ଟ ଅର୍ଣ୍ଣବଙ୍କୁ ଜାମିନ ଦେବାକୁ ମନା କରିଥିଲେ। ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରିବା ସହ ନିୟମିତ ଜାମିନ ପାଇଁ ସେସନ୍ସ କୋର୍ଟ ଯିବାକୁ କହିଥିଲେ ବମ୍ୱେ ହାଇକୋର୍ଟ। ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅର୍ଣ୍ଣବ ଗୋସ୍ୱାମୀ। ୨୦୧୮ ମସିହାରେ ଜଣେ ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରିଛି ମୁମ୍ୱାଇ ପୁଲିସ। ସେ ଏବେ ୧୪ ଦିନିଆ ବିଚାରବିଭାଗୀୟ ହେପାଜତରେ ଅଛନ୍ତି। ଗତ ୪ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା।