ଆଜି ବାୟୁସେନା ଦିବସ, ଦୁନିଆ ଦେଖିବ ବାୟୁସେନାର ଶକ୍ତି

ନୂଆଦିଲ୍ଲୀ, ଏଜେନ୍ସି: ଆଜି ଭାରତୀୟ ବାୟୁସେନା ଦିବସ । ଏହି ଅବସରରେ ୫୬ଟି ଏୟାରକ୍ରାଫ୍ଟ ସହ ଏଥର ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ବାୟୁସେନା ଦିବସର ଫ୍ଲାଇଙ୍ଗ୍ ମାର୍ଚ୍ଚରେ ସାମିଲ ହେବ। ଗତବର୍ଷ ୫୧ଟି ଏୟାରକ୍ରାଫ୍ଟ ବାୟୁସେନା ଦିବସରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏଥର ଏହି ସଂଖ୍ୟା ୫୬କୁ ବୃଦ୍ଧି ପାଇଛି ।

ଗାଜିଆବାଦର ହିଣ୍ଡନ ଏୟାରବେସ୍ ରେ ଏଥର ଏୟାରଫୋର୍ସର ଦମ୍ ଦେଖିବାକୁ ମିଳିବ । ବାୟୁସେନା ଯବାନଙ୍କ ସମେତ ବିଭିନ୍ନ ବିମାନର ପାଇଲଟ, ପାରାଟ୍ରୁପରମାନେ ଅଭ୍ୟାସ କରିଛନ୍ତି। ହିଣ୍ଡନରେ ଫୁଲ ଡ୍ରେସ ରିହରସଲ ବି କରାଯାଇଛି । ସୀମାରେ ଉଭୟ ଚୀନ ଏବଂ ପାକିସ୍ତାନ ସହିତ ତିକ୍ତତା ଲାଗି ରହିଥିବା ବେଳେ ବାୟୁସେନା ଦିବସରେ ଭାରତର ଶକ୍ତି ପ୍ରଦର୍ଶନ କରିବ।