ବରଗଡ, ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣି ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨୭୦ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮୮୭୮ ଜଣ ସୁସ୍ଥ ହୋଇଥିବାବେଳେ ୩୬୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ଜଣାପଡିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୮ ଜଣ , ବରଗଡ଼ ବ୍ଲକରୁ ୪ ଜଣ, ଅତାବିରା ଏନଏସିରୁ ୨ ଜଣ , ଭେଡେନ ବ୍ଲକରୁ ଜଣେ, ଭଟଲି ବ୍ଲକରୁ ୬ ଜଣ , ପଦ୍ମପୁର ଏନଏସିରୁ ୫ ଜଣ , ବରପାଲି ବ୍ଲକରୁ ୬ ଜଣ , ବରପାଲି ଏନଏନସିରୁ ୨ ଜଣ , ଅତାବିରା ବ୍ଲକରୁ ୩ ଜଣ , ସୋହେଲା ବ୍ଲକରୁ ୫ ଜଣ , ବିଜେପୁର ବ୍ଲକରୁ ୨ ଜଣ , ଗାଇସିଲେଟ ବ୍ଲକରୁ ୬ ଜଣ, ଝାରବନ୍ଧ ବ୍ଲକରୁ ୫ ଜଣ ରହିଥିବା ସୂଚନା ମିଳିଛି। ତେବେ ଆକ୍ରାନ୍ତଙ୍କ କଣ୍ଟାକ ଟ୍ରେସିଂ ଜାରି ରହିଥିବା ଜଣାପଡିଛି।