ବଲାଙ୍ଗିରରେ ବିସ୍ଫୋରକ ସ୍ଥତି : ପୁଣି ୨୨୬ ସଂକ୍ରମିତ

ବଲାଙ୍ଗିର,ଏନ୍ଏନ୍ଏସ୍ : ବଲାଙ୍ଗିର ଜିଲ୍ଲାରେ ବିସ୍ଫୋରକ ସ୍ଥିତି ଦେଖା ଦେଇଛି। ବିଗତ କିଛିଦିନ ହେଲା ସଂକ୍ରମଣ ସଂଖ୍ୟା ଲଗାତାର ତିନିଅଙ୍କ ଛୁଉଁ ଥିବାବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ୨୨୬ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ବଲାଙ୍ଗିର ପୌରାଞ୍ଚଳରୁ ସର୍ବାଧିକ ୫୩, ବେଲପଡ଼ା ବ୍ଲକ୍ ଓ ସଇନ୍ତଳା ବ୍ଲକରୁ ୩୧ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଗଲପୁର ବ୍ଲକରୁ ୭ ଜଣ, ବଲାଙ୍ଗିର ବ୍ଲକ ରୁ ୨୦ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୫୩ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ୩୧ ଜଣ, ଦେଓଗାଁ ବ୍ଲକରୁ ୨ ଜଣ, ଗୁଡଭେଲା ବ୍ଲକରୁ ୬ ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୨ ଜଣ, ଖପ୍ରାଖୋଲ ବ୍ଲକରୁ ୩ ଜଣ, ଲୋଇସିଂହା ବ୍ଲକରୁ ୬ ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ୧୧ ଜଣ, ପାଟଣାଗଡ଼ ସହରାଞ୍ଚଳରୁ ୧୯ ଜଣ, ପୁଇଁନ୍ତଳା ବ୍ଲକରୁ ୨ ଜଣ, ସଇଁନ୍ତଳା ବ୍ଲକରୁ ୩୧ ଜଣ , ଟିଟିଲାଗଡ ଗ୍ରାମାଞ୍ଚଳରୁ ୯ ଜଣ, ଟିଟିଲାଗଡ ସହରରୁ ୧୦ ଜଣ, ତୁଷୁରା ବ୍ଲକରୁ ଜଣେ ଓ ତୁରେକେଲା ବ୍ଲକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।