ପୁଣି ୧୭ ପଜିଟିଭ ଚିହ୍ନଟ, ୨୨୦୩ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା

ଫୁଲବାଣୀ,ଏନ୍ଏନ୍ଏସ୍: ଆଜି କନ୍ଧମାଳ ଜିଲ୍ଲାରେ ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୦୩ରେ ପହଞ୍ଚିଛି। ଏଥିରୁ ୧୭୮୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଥିବାବେଳେ ଆଉ ୪୧୩ ଜଣ ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ କରୋନାରେ କନ୍ଧମାଳ ଜିଲ୍ଲାରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦ ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରୁ ଫୁଲବାଣୀର ଏଫସିଆଇ ଛକ ଅଞ୍ଚଳରୁ ଜଣେ, ଦାରିଙ୍ଗବାଡିରୁ ଜଣେ, ଏବଂ ଟିକାବାଲିର ବୁର୍ବିନାଜୁ ଅଞ୍ଚଳରୁ ଜଣେ ରହିଛନ୍ତି। ଆଜି ଚିହ୍ନଟ ୧୭ ଜଣଙ୍କ ମଧ୍ୟରୁ ଫୁଲବାଣୀରୁ ୫ ଜଣ ରହିଥିବାବେଳେ ଘୁ.ଉଦୟଗିରିର ୨ଜଣ, ଦାରିଙ୍ଗବାଡିର ଜଣେ, ଟିକାବାଲିର ଜଣେ, କୋଟଗଡର ଜଣେ, ତୁମୁଡିବନ୍ଧର ଜଣେ, ବାଲିଗୁଡାର ୨ ଜଣ, ଫିରିଙ୍ଗିଆର ଜଣେ, ଖଜୁରିପଡାର ଜଣେ ଏବଂ ଜିଲ୍ଲା ବାହାରେ ଥିବା ୨ ଜଣ ଚିହ୍ନଟ ରହିଥିବା ଜିଲ୍ଲାପାଳ ଡ.ବୃନ୍ଦା ଡି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି।