୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବ ଟିଏମସି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପକ୍ଷ ଏକଜୁଟତାକୁ ବଡ଼ ଝଟକା ଦେଇଛନ୍ତି । ମମତା କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ତୃଣମୂଳ କଂଗ୍ରେସ ଏକାକି ଲଢ଼ିବ । ଟିଏମସିର ମହାମେଣ୍ଟ ଜନତାଙ୍କ ସହ ହେବ । ଯେଉଁମାନେ ବିଜେପିକୁ ହରାଇବାକୁ ଚାହୁଁଛନ୍ତି ସେମାନେ ଟିଏମସିକୁ ଭୋଟ ଦେବେ ବୋଲି ମୋର ବିଶ୍ୱାସ ରହିଛି । ସାଧାରଣ ଜନତା ମୋ ସହ ଅଛନ୍ତି ।

ସୂଚନାଯୋଗ୍ୟ, ଅନେକ ବିପକ୍ଷ ନେତା ବିଜେପିକୁ ହରାଇବା ପାଇଁ ଲଗାତାର ଭାବେ ରାଲି କରୁଛନ୍ତି । କିନ୍ତୁ ଟିଏମସି ଏକାକୀ ଲଢ଼ିବାର ଘୋଷଣା ସମସ୍ତଙ୍କୁ ଚିନ୍ତାରେ ପକାଇବ । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗତକାଲି ନିଜ ଜନ୍ମଦିନ ଅବସରରେ ଚେନ୍ନାଇରେ ରାଲି କରିଥିଲେ । ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସାମିଲ ହୋଇଥିଲେ । ଏଥିରେ ମଧ୍ୟ ବିଜେପି ବିରୋଧରେ ସମସ୍ତ ଦଳ ଏକତ୍ରିତ ହେବାକୁ ଆହ୍ୱାନ ଦିଆଯାଇଥିଲା ।