ରାଜକୀୟ ସମ୍ମାନରେ ହେଲା ଡିଏସପିଙ୍କ ଅନ୍ତିମ ସଂସ୍କାର

ହରିୟାଣା: ହରିୟାଣା ଡିଏସପି ସୁରେନ୍ଦ୍ର ସିଂହଙ୍କର ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଛି । ଶ୍ରୀ ସିଂହ ଅବୈଧ ଖଣି ଖନନର ଯାଞ୍ଚ କରୁଥିଲେ । ମଙ୍ଗଳବାର ନୂଁହ ଜିଲ୍ଲାରେ ଶ୍ରୀ ସିଂହ ଏକ ଟ୍ରକକୁ ରୋକିବାକୁ ସେଙ୍କତ ଦେଇଥିବାବେଳେ ଚାଳକ ଜଣକ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲା । ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ ସବିର ଅରଫ ମିତ୍ତରକୁ ରାଜସ୍ଥାନର ଭରତପୁର ଜିଲ୍ଲାରୁ ଗିରଫ କରାଯାଇଛି । ଅନ୍ୟଜଣେ ଅଭିଯୁକ୍ତ ଇକ୍କରକୁ ମଧ୍ୟ ଜେରା ପରେ ଗିରଫ କରାଯାଇଛି । ପୁଲିସ ଅଭିଯୁକ୍ତଙ୍କୁ ୫ଦିନ ପାଇଁ ରିମାଣ୍ଡରେ ପଠାଇଥିବା ଜଣାପଡ଼ିଛି ।

ଡିଏସପି ସୁରେନ୍ଦ୍ର ସିଂହଙ୍କ ବିୟୋଗରେ ତାଙ୍କୁ ସହିଦ ସମ୍ମାନ ଦେବାକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଥିଲେ । ଏଥିସହିତ ପରିବାରକୁ ୧କୋଟି ଟଙ୍କା ସହାୟତା ରାଶି ସହ ଜଣେ ସଦସ୍ୟଙ୍କୁ ଚାକିରି ଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।