ପଶ୍ଚିମ ବଙ୍ଗଳା: ଟିଏମସି ଜାରି କଲା ନିର୍ବାଚନୀ ସ୍ଲୋଗାନ

କୋଲକାତା,ଏଜେନ୍ସି: ପଶ୍ଚିମ ବଙ୍ଗଳାରେ ବିଧାନସଭା ନିର୍ବାଚନ ପାଇଁ ପାଗ ସରଗରମ ହୋଇଛି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ନିର୍ବାଚନ ଅଭିଯାନ ଆରମ୍ଭ କରିଦେଇଛି। ଏହି ପରିପ୍ରେକ୍ଷୀରେ ଆଜି ଟିଏମସିର କୋଲକାତା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ନିର୍ବାଚନ ପାଇଁ ସ୍ଲୋଗାନ ଜାରି କରାଯାଇଛି। ‘ବଙ୍ଗାଲ ନିଜେର ମେୟକେଇ ଚାଏ’ ନାରାରେ ଏଥର ଟିଏମସି ନିର୍ବାଚନ ଲଢ଼ିବ। ଏହି ସ୍ଲୋଗାନର ମାନେ ହେଉଛି ‘ବଙ୍ଗଳା ନିଜ ଝିଅ ଚାହୁଁଛି’। ଏଥିରେ ମମତା ବାନାର୍ଜୀଙ୍କୁ ବଙ୍ଗଳାର ଝିଅ କୁହାଯାଇଛି।