ରାଜ୍ୟରେ ୭୩ କରୋନା ରୋଗୀ ସୁସ୍ଥ: ସୁନ୍ଦରଗଡ଼ରୁ ସର୍ବାଧିକ ୨୦

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୭୩ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ରହିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୩୪ହଜାର ୫୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ରହିଥିବାବେଳେ କଟକରୁ ୧୧, ପୁରୀରୁ ୯, ଅନୁଗୁଳ ଓ ସମ୍ବଲପୁରରୁ ୭ ଲେଖାଏଁ, ବରଗଡ଼ ଓ ମୟୁରଭଞ୍ଜରୁ ୪ ଲେଖାଏଁ, ବାଲେଶ୍ୱର, କଳାହାଣ୍ଡି, ଖୋର୍ଦ୍ଧା ଓ ନୂଆପଡ଼ାରୁ ୨ ଲେଖାଏଁ, ଦେଓଗଡ଼, ଗଞ୍ଜାମ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ ହଜାର ୫୭୮ ହୋଇଥିବାବେଳେ ୩ଲକ୍ଷ ୩୪ହଜାର ୫୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୧୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୫୮ଜଣ ଚିକିତ୍ସିତ ହେଉଛନ୍ତି।