ସମଗ୍ର ବିଶ୍ୱ ଏବେ ତୃତୀୟ ଲହର ଆଡ଼କୁ ବଢ଼ୁଛି : ଭିକେ ପଲ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କରୋନା ସଂକ୍ରମଣର ତୃତୀୟ ଲହର ଆଡ଼କୁ ବଢ଼ୁଛି। ଏନେଇ ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡା.ଭିକେ ପଲ୍ ସୂଚନା ଦେଇଛନ୍ତି। ଡବ୍ଲ୍ୟୁଏଚଓର ତଥ୍ୟକୁ ବିଶ୍ଳେଷଣ କରି ଜଣାପଡ଼ିଛି ଯେ ଆଗାମୀ ୧୦୦ରୁ ୧୨୫ ଦିନ ଭାରତ ପାଇଁ ଖୁବ୍ ଜଟିଳ ରହିବ। ଭିକେ ପଲ୍ କହିଛନ୍ତି ଯେ, ଡବ୍ଲ୍ୟୁଏଚଓ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛି। ଆମକୁ ତାହାକୁ ବୁଝି ମୁକାବିଲା କରିବାର ସଠିକ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ। ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ କୌଣସି ମୁହୂର୍ତ୍ତରେ ବି ବିଗିଡ଼ିପାରେ।

ସେହିପରି ଦେଶରେ ଲଗାତାର ଭାବେ ସଂକ୍ରମଣ କମି ଚାଲିଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି। ଦେଶରେ ପଜିଟିଭିଟି ପ୍ରଥମଥର ପାଇଁ ୩ ପ୍ରତିଶତରୁ ତଳକୁ ଖସି ୨.୪ ପ୍ରତିଶତ ହୋଇଛି। ତେବେ କରୋନା ଭୟ ଯାଇନି ଆଗକୁ ଆହୁରି ସତର୍କ ରହିବାକୁ ପଡ଼ିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି।