କଟକ,ଏନ୍ଏନ୍ଏସ୍: ମହାନଦୀରେ ୩ ଯୁବ ବୁଡି ଯାଇ ନିଖୋଜ ହୋଇଥିବା ଘଟଣା। ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିଲାକରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଆବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ଡାକ୍ତରଙ୍କ ବହୁ ଉଦ୍ୟମ ପରେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ତେବେ ମୃତକ ଜଣକ ହେଉଛନ୍ତି ସାହିଲ। ସେପଟେ ଅନ୍ୟ ୨ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍ ନିୟୋଜିତ ରହିଛନ୍ତି।
ସୂଚନା ଅନୁସାରେ, ଅନୁସାରେ କଟକର ଜୋବ୍ରା ନିକଟ ଦେଇ ପ୍ରବାହିତ ହେଉଥିବା ମହାନଦୀକୁ ଆଜି ପ୍ରାୟ ୨ଟା ବେଳକୁ କଟକର ଚାରିଘରିଆ ଅଞ୍ଚଳର କିଛି ଯୁବକ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ତିନି ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗମାନେ ବୁଡ଼ିଯାଉଥିବାରୁ ଅନ୍ୟମାନେ ଓ ସ୍ଥାନୀୟ ଲୋକ ଜଣଙ୍କୁ ଉଦ୍ଧାର କରିଥିଲେ।