ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର

ପୁରୀ,ଏନ୍ଏନ୍ଏସ୍: ଗତକାଲି ଶ୍ରୀଜିଉମାନେ ରଥ ଯୋଗେ ଶ୍ରୀକ୍ଷେତ୍ରର ଶରଧାବାଲିରେ ପହଞ୍ଚିବା ପରେ ରଥରେ ରାତି କଟାଇଥିଲେ। ଆଜି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ଆଡ଼ପ ମଣ୍ଡପକୁ ବିଜେ କରାଯିବ। ଏଥିପାଇଁ କମ ସଂଖ୍ୟକ ସେବାୟତରେ ନୀତି ଶେଷ କରାଯିବ। କୋଭିଡ-୧୯ ଗାଇଡଲାଇନ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା କରି ପହଣ୍ଡି ଓ ଅନ୍ୟ କାର୍ଯ୍ୟକ୍ରମ କରାଯିବ।

ଚଳିତ ବର୍ଷ ସାରା ବିଶ୍ୱକୁ କରୋନା ଗ୍ରାସ କରିଛି। ତେବେ ଏହି ଭୁତାଣୁ ସଂକ୍ରମକ ହୋଇଥିବାରୁ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଗତକାଲି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇଥିବା ବେଳେ ରାଜ୍ୟବାସୀ ଘରେ ରହି ସହଯୋଗ କରିଥିବାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।