ନିଆଁ ଲାଗି ଭୁଷୁଡ଼ିଲା ୩ ତାଲା ବିଶିଷ୍ଟ କୋଠା

ଜାମ୍ମୁ କାଶ୍ମୀର,ଏଜେନ୍ସି: ଜାମ୍ମୁ କାଶ୍ମୀରର ଏକ ଅଞ୍ଚଳରେ ନିଆଁ ଲାଗିବାରୁ ନିକଟରେ ଥିବ ଏକ ତିନିତାଲା ବିଲ୍ଡିଂ ଭୁଷୁଡି ପଡିଛି। ଏହି ସମୟରେ ଉକ୍ତ ବିଲ୍ଡିଂରେ ୩ ଜଣ ଫସିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପରେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ସୂଚନା ଅନୁସାରେ ମଙ୍ଗବାରର ବିଳମ୍ବିତ ରାତି ପାଖାପାଖି ୩ଟାରେ ଏହି ନିଆଁ ଲାଗିଥିଲା। ଏଥିରେ ୩ ଜଣ ଫଶିଯାଇଥିଲେ। ତେବେ ଘଟଣାସ୍ଥଳରୁ ଏନଡିଆରଏଫ ଟିମ୍‌ ଜଣଙ୍କୁ ଉଦ୍ଧାର କରିବା ପରେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୨ଜଣ ଭୁଷୁଡିଥିବା ବିଲ୍ଡିଂ ତଳେ ଚାପି ହୋଇରହିଥିବା ଜଣାପଡ଼ିଛି।