ବଜ୍ରପାତରେ ଚାଲିଗଲା ୩ ଜୀବନ

ଯାଜପୁର,ଏନ୍ଏନ୍ଏସ୍: ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ମୃତକଙ୍କ ମଧ୍ୟରୁ ୨ ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଜଣେ ବାଲେଶ୍ୱର ଜିଲ୍ଲାର। ଯାଜପୁର ଜିଲ୍ଲାରୁ ଯେଉଁ ୨ ଜଣଙ୍କ ମୃତ୍ୟୁ ଘଟିଛି, ସେମାନେ ହେଉଛନ୍ତି- ଚନ୍ଦନ ମଲିକ (୧୬) ଓ ବାଞ୍ଛାନିଧି ମଲିକ (୨୦)। ସେମାନଙ୍କ ଘର ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ଅନ୍ତର୍ଗତ ଭୁବନପୁର ଗାଁରେ।

ସେହିପରି ବାଲେଶ୍ୱର ଜିଲ୍ଲାରେ ଯେଉଁ ଯୁବକଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି ସେ ସୋର ବ୍ଲକ୍ ଖଇରା ଥାନା କଳଖୁଣ୍ଟା ଗାଁର ବାସିନ୍ଦା ଥିଲେ।