ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ କୁର୍ତମଗଡ ଠାରେ ମାଓବାଦୀ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦିଆଯାଇଛି। ଏଥିସହ ପୁଲିସ୍ ଗୁଳିରେ ମୃତ ମାଓବାଦୀଙ୍କୁ ସହିଦ ଆଖ୍ୟା ଦିଆଯିବା ସହ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କୁହାଯାଇଛି। ପୋଷ୍ଟର ମିଳିବା ପରେ ପୁଲିସ୍ ତାହାକୁ ବାହାର କରିଦେଇଥିବା ଜଣାପଡିଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।