ପଟନା,ଏଜେନ୍ସି: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ୭୮ଟି ବିଧାନସଭା କ୍ଷେତ୍ରରେ ମତଦାନ ଜାରି ରହିଛି। ଏଥିରେ ୧୫ଟି ଜିଲ୍ଲାର ପାଖାପାଖି ୨.୩୪ କୋଟି ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ। ତୃତୀୟ ପର୍ଯ୍ୟାୟରେ ବିଧାନସଭା ବାଚସ୍ପତି ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ୧୨ ସଦସ୍ୟ ସମେତ ୧୨୦୪ ଜଣ ନିର୍ବାଚନ ଲଢ଼ୁଛନ୍ତି। ସକାଳ ୧୧ଟା ସୁଦ୍ଧା ମୋଟ ୧୯.୭୪ ପ୍ରତିଶତ ମତଦାନ ହୋଇଛି।
ବିଧାନସଭା ବ୍ୟତୀତ ଆଜି ବାଲ୍ମିକୀ ନଗରର ଲୋକସଭା ସିଟରେ ଉପନିର୍ବାଚନ ଲାଗି ମଧ୍ୟ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ଏହି ସିଟରେ ଜଦୟୁ ସାଂସଦ ମହନ୍ତଙ୍କ ନିଧନ ହେବା ଯୋଗୁ ଉପନିର୍ବାଚନ ଅନୁଷ୍ଠିତ ହେଉଛି।