ନୂଆଦିଲ୍ଲୀ: ଭାରତର ଉତ୍ତରୀ ସୀମାରେ ଚୀନ ସହ ଚିନ୍ତାଜନକ ସ୍ଥିତି ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନା ମୁଖ୍ୟ ଆରେକେଏସ୍ ଭଦୋରିୟା କହିଛନ୍ତି ଯେ, ‘ଉତ୍ତରୀ ସୀମାରେ ସ୍ଥିତି ଅସହଜ ରହିଛି। ଏଠାରେ ଯୁଦ୍ଧ ନାହିଁ କି ଶାନ୍ତି ନାହିଁ।’
ଭଦୋରିୟା ଆହୁରି କହିଛନ୍ତି ଯେ, ‘ଆମ ସୁରକ୍ଷାବଳ କୌଣସି ବି ପରିସ୍ଥିତିର ସାମ୍ନା କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି। ବୟୁସେନା କୌଣସି ବି ଦୁଃସାହସର ଜବାବ ଦେବା ଲାଗି ସଙ୍କଳ୍ପିତ। ଭବିଷ୍ୟତରେ ହେବାକୁ ଥିବା କୌଣସି ବି ସଂଘର୍ଷରେ ବାୟୁସେନା ମୁଖ୍ୟ ଭୂମିକା ଗ୍ରହଣ କରିବ।’