ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହରାପଡା ବ୍ଲକ ଗୋରାଣ୍ଡିଯୋଡି ମାଟିଆ ସାହି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ମାଣଧୀନ ଛାତ୍ରାବାସରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ସରଞ୍ଜାମ ଚୋରି ହୋଇଥିବା ସାହାରପଡା ଫାଣ୍ଡିରେ ଠିକାଦାର ବିଶ୍ୱରଞ୍ଜନ ମହାରଣା ଅଭିଯୋଗ କରିଛନ୍ତି। ଆଦର୍ଶ ବିଦ୍ୟାଳୟ କବାଟ ଭାଙ୍ଗି ଛାତ୍ରାବାସ ଭିତରୁ ୪୫ ଟି ସିଲିଂ ଫ୍ୟାନ ଗୋଟିଏ ଜେନେରେଟର, ଏକଜିଷ୍ଟ ଫ୍ୟାନ ଓ ଷ୍ଟ୍ରିଟ୍ ଲାଇଟ ଆଦି କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ଠିକାଦାର ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ସୂଚନା ଦେଇଛନ୍ତି।