ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବୁଢ଼ୀକାପୁଡି ପଞ୍ଚାୟତ ନେଉଳିପଶି ଗ୍ରାମର ୫ ଜଣଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର କୀର୍ତ୍ତନ ବିହାରୀ ମହାନ୍ତ ଓ ଶଙ୍କର୍ଷଣ ମହାନ୍ତଙ୍କ ଘରର କବାଟ ଭାଙ୍ଗି ଚୋରି ହୋଇଥିବା ବେଳେ ଅନ୍ୟ ୩ଜଣଙ୍କ ଘରୁ ଚୋରି ଉଦ୍ୟମ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କୀର୍ତ୍ତନ ମାହାନ୍ତଙ୍କ ଘରେ କେହି ନଥିବା ବେଳେ ଘରର କବାଟ ଭାଙ୍ଗି ଚୋରି ହୋଇଥିବା କୀର୍ତ୍ତନଙ୍କ ପତ୍ନୀ ମାତାରଣୀ କହିଛନ୍ତି।
