ରାମଦେବଙ୍କୁ ସମନ ପଠାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଯୋଗଗୁରୁ ବାବା ରାମଦେବ ଏଲୋପେଥୀ ବିରୋଧରେ ଦେଇଥିବା ଟିପ୍ପଣୀକୁ ଡାକ୍ତରମାନେ ଘୋର ବିରୋଧ କରିଥିଲେ। ଏନେଇ ଡାକ୍ତର ଆସୋସିଏସନ କଥିତ ରୂପେ ଭୁଲ ତଥ୍ୟ ପ୍ରସାର କରିବା ମାମଲାରେ ରାମଦେବଙ୍କ ନାମରେ ମାମଲା ଦାୟର କରିଥିଲେ। ସେଥିପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ରାମଦେବଙ୍କୁ ସମନ ପଠାଇଛନ୍ତି। ଏଥିସହିତ ଜଷ୍ଟିସ ସି ହରିଶଙ୍କର ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ରାମଦେବଙ୍କୁ ସମୟ ଦେଇଥିବା ଜଣାପଡ଼ିଛି।