Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯାହା ଅଛି ପିଣ୍ଡେ, ତାହା ଅଛି ବ୍ରହ୍ମାଣ୍ଡେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯାହା ଅଛି ପିଣ୍ଡେ, ତାହା ଅଛି ବ୍ରହ୍ମାଣ୍ଡେ

ମନୋଜ କୁମାର ମହାପାତ୍ର

ଏମିତି ଗୋଟିଏ ଗୋଟିଏ ଜିନିଷ ମଣିଷ ଖୋଜେ ଯାହା ଶତାବ୍ଦୀ ଶତାବ୍ଦୀ ବିତିଗଲେ ମଧ୍ୟ ତାହାର ସନ୍ଧାନ ମିଳେନି। ଏଭଳି ଖୋଜିବା ପଛରେ ଯେଉଁ ରହସ୍ୟଟି ରହିଛି, ସେ ରହସ୍ୟକୁ ବୁଝିବା ବଡ଼ କଷ୍ଟ। ପ୍ରଶ୍ନ ଉଠେ, ମଣିଷ କାହିଁକି ଏମିତି ଖୋଜେ? ଉତ୍ତରଟି ବଡ଼ ସହଜ। ସେ ଦେଖେ, ନିଜ ସହିତ ଏ ଜଗତର ସମସ୍ତ ବସ୍ତୁ ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଛି ଏବଂ ସବୁକିଛି କ୍ଷଣଭଙ୍ଗୁର ଭଳି ବୋଧହୁଏ। ଭାରତର ଶାସ୍ତ୍ର ଅଧ୍ୟୟନ କଲେ ଜଣାଯାଏ ଯେ ଆର୍ଯ୍ୟମାନେ ସିନ୍ଧୁ ଓ ଗଙ୍ଗା ନଦୀର ଉପତ୍ୟକାରେ ବସତି ସ୍ଥାପନ କରିଥିଲେ। ସେମାନେ ଥିଲେ ଅତ୍ୟନ୍ତ ଅନ୍ୱେଷଣପ୍ରିୟ ଓ ଭାବୁକ। ଚାରି ପାଖର ସବୁକିଛିର ନଶ୍ୱରତା ଓ ଅନ୍ତହୀନ ଦୁଃଖ ଓ ଭୟକୁ ଅବଲୋକନ କରି ଖୋଜିଲେ ଏମିତି କିଛି ଜିନିଷ ଅଛି କି ଯାହା ପରିବର୍ତ୍ତନ ଓ ନଶ୍ୱର ଜଗତର ସୀମା ଭିତରେ ଆବଦ୍ଧ ନ ହୋଇଥିବ ଏବଂ ଦୁଃଖ ଶୋକର ଚିହ୍ନବର୍ଣ୍ଣ ନଥିବ। ସୁଖ ବୋଲି ଯାହା ଦେଖନ୍ତି, ସେ ବି ଦୁଃଖ ପାଲଟି ଯାଏ। ଶାନ୍ତି ଭଳି ଯାହାକୁ ଭାବନ୍ତି, ତାହା ବି ଅଶାନ୍ତି ହୋଇଯାଏ। ସାହସ ବୋଲି ଯାକୁ ଭାବନ୍ତି, ତାହା ବି ଭୟ ପାଲଟି ଯାଏ। ଦୁଃଖ ଭିତରେ ନିହିତ ସୁଖର ଅଳୀକତାକୁୁ ବୁଝିବା ପାଇଁ ଭଗବାନ ବୁଦ୍ଧ ସୁନ୍ଦର ଉପାଖ୍ୟାନଟିଏ ଅବତାରଣା କରିଥିଲେ। ଉପାଖ୍ୟାନଟି ଏହିପରି- ଜଣେ ବ୍ୟକ୍ତି ଅରଣ୍ୟରେ ବୁଲୁଥିବା ବେଳେ ହଠାତ୍ ଦେଖିଲା ଯେ ଗୋଟିଏ ମହାବଳ ବାଘ ପ୍ରଚଣ୍ଡ ବେଗରେ ତା’ ଆଡ଼କୁ ଛୁଟି ଆସୁଛି। ସେ ଭୟରେ ଅନନ୍ୟୋପାୟ ହୋଇ ଏକ ବୃହତ୍ ମୁନିଆ ଶୀଳାଖଣ୍ଡର ଶୀର୍ଷଦେଶକୁ ଚଢ଼ିଗଲା। ତାହା ଥିଲା ଅତ୍ୟନ୍ତ ବିପଦସଙ୍କୁଳ ଓ ତୀକ୍ଷ୍ଣ ଏବଂ ସେଠାରୁ ପଡ଼ିଲେ ମଣିଷ ମାଂସ ପିଣ୍ଡୁଳାଟାଏ ହୋଇଯିବ। ବାଘଟି ବି ତା’ ଉପରକୁ ଲମ୍ଫ ଦେବାକୁ ଉଦ୍ୟତ ମୁହୂର୍ତ୍ତକ ଭିତରେ। କ’ଣ କରିବ? ଦେଖିଲା ଯେ ଗୋଟିଏ ଅଙ୍ଗୁର ଲତା ଶୀଳାଖଣ୍ଡ ଉପରୁ ତଳକୁ ଓହଳିଛି। ଲତାଟିକୁ ଶକ୍ତ ଭାବରେ ଧରି ତଳକୁ ଲମ୍ଫ ପ୍ରଦାନ କଲା, କିନ୍ତୁ ତଳେ ପଡ଼ି ପାରିଲାନି। ମଝିରେ ଓହଳି ରହିଗଲା। ତଳକୁ ଚାହିଁଲା ବେଳକୁ ଦେଖିଲା ଆଉ ଗୋଟିଏ ବାଘ ତାକୁ ଚାହିଁ ଗର୍ଜନ କରୁଛି। ବାଘ ଓ ତା’ର ଝୁଲନ୍ତା ଦେହ ଭିତରେ ଥିଲା ଅଳ୍ପ ବ୍ୟବଧାନ।
ପ୍ରଥମ ବାଘଟି ଶୀଳାଖଣ୍ଡ ଉପରୁ ଗର୍ଜନ କରୁଥାଏ। ଯେଉଁ ଲତାଟିକୁ ସେ ଜାବୁଡ଼ି ଧରିଛି, ଦେଖିଲା ଦୁଇଟି କଳା ଓ ଧଳା ରଙ୍ଗର ମୂଷା ସେହି ଜାଗାରେ ଦୌଡ଼ାଦୌଡ଼ି କରିବାରେ ବ୍ୟସ୍ତ। କେତେବେଳେ ହାତକୁ କାମୁଡ଼ି ଦେଇ ପାରନ୍ତି। ଏହି ମୁହୂର୍ତ୍ତରେ ସେ କ’ଣ କରିବ? ପାଶ୍ୱର୍ସ୍ଥ ଜାମୁ ଗଛରୁ ସୁନ୍ଦର ସୁଆଦିଆ କୋଳି ହାତପାଆନ୍ତାରେ ଝୁଲୁ ଥିବାର ସେ ଦେଖିଲା। ସେ ଗୋଟିଏ ହାତ ବଢ଼ାଇ କୋଳି ତୋଳି ଆଣି ପାଟିରେ ପୂରାଇ କହି ଉଠିଲା – ଆହାଃ କି ସ୍ୱାଦିଷ୍ଟ! ଏହି ଗଳ୍ପରୁ ଶିକ୍ଷା ମିଳିଲା ଯେ ଜୀବନଟା ଦୁଃଖପୂର୍ଣ୍ଣ, କିନ୍ତୁ ତା’ ଭିତରେ ଯେଉଁ ସୁଖଟି ମିଳେ, ତାହା ବି ଅଳୀକ। ଏସବୁ ଦୁଃସହ ସ୍ଥିତିରୁ ତ୍ରାହି ପାଇବା ନିମନ୍ତେ ସ୍ୱର୍ଗ, ନର୍କ ଓ ଈଶ୍ୱର ଭଳି କଳ୍ପନା ମଣିଷ ମସ୍ତିଷ୍କରେ ଜାଗି ଉଠିଲା। ଧାର୍ମିକ ଶାସ୍ତ୍ରଗୁଡ଼ିକ ରଚିତ ହେଲା ଓ ବିଭିନ୍ନ ପ୍ରକାର ପୂଜାର୍ଚ୍ଚନାର ଆରମ୍ଭ ହେଲା। କିନ୍ତୁ ମୃତ୍ୟୁ ପରେ ପ୍ରକୃତରେ ମଣିଷର ଅସ୍ତିତ୍ୱର ଭାଗ୍ୟ କ’ଣ ହୁଏ, ତାହା ଜାଣିବା କଷ୍ଟକର ଥିଲା।
ମଣିଷ ମରିବା ପରେ ସିନା ସ୍ୱର୍ଗ, ନର୍କ ବା ଈଶ୍ୱରଙ୍କୁ ଦେଖିବ। କିନ୍ତୁ ବଞ୍ଚିଥିବା ଅବସ୍ଥାରେ ତାହା ଦେଖିବା ସମ୍ଭବପର ନୁହେଁ। ସେଥିପାଇଁ ମଣିଷର ମସ୍ତିଷ୍କରୁ ଉତ୍ସାରଣ ହେଲା ଅନେକ ଧର୍ମ ଓ ଦର୍ଶନ। ଏକମାତ୍ର ଉଦ୍ଦେଶ୍ୟ ଥିଲା, କେମିତି ସେ ଆବିଷ୍କାର କରି ପାରିବ ଏକ ନିତ୍ୟ ବସ୍ତୁ ଯାହାର କ୍ଷୟ ନଥିବ ଏବଂ ଜୀବିତାବସ୍ଥାରେ ସେ ଜନ୍ମ, ମୃତ୍ୟୁ, ଜରା,ବ୍ୟାଧି ରୂପକ ସକଳ ଦୁଃଖରୁ ମୁକ୍ତିଲାଭ କରି ପାରିବ। ଅହରହ ଅନ୍ୱେଷଣ ଭିତରେ ଆବିଷ୍କୃତ ହେଲା ବେଦ ଓ ବେଦାନ୍ତ। ବେଦରେ ରହିଛି ଯଜ୍ଞ, ଉପାସନା ଓ ଅନେକ କର୍ମାନୁଷ୍ଠାନ। ପୁଣ୍ୟକର୍ମ ଦ୍ୱାରା ମନୁଷ୍ୟ ସ୍ୱର୍ଗର ଆସନ ପାଏ। ଏହା ହିଁ କର୍ମକାଣ୍ଡ ଭାବେ ବିଶ୍ୱବିଦିତ। ବେଦର ଅନ୍ତିମ ଭାଗ ହିଁ ବେଦାନ୍ତ। ଏହା ଜ୍ଞାନକାଣ୍ଡ ଭାବେ ପରିଚିତ, ଯାହାକୁ ବି କୁହାଯାଏ ଉପନିଷଦ। ଅନେକ ଉପନିଷଦ ରହିଛି। ଏହି ଉପନିଷଦମାନଙ୍କରେ ମନୁଷ୍ୟର ପ୍ରକୃତ ସ୍ୱରୂପକୁ ଚିହ୍ନାଇ ଦିଆଯାଇଛି। ମଣିଷକୁ ଏଣେତେଣେ ନିତ୍ୟ ବସ୍ତୁକୁ ଖୋଜିବାର ଆବଶ୍ୟକତା ନାହିଁ। ସବୁ ମିଳିଯିବ ନିଜ ଭିତରେ। ଦିବ୍ୟଦ୍ରଷ୍ଟା ଋଷି ଯାହା ଧ୍ୟାନାବସ୍ଥାରେ ଦେଖିଲେ ବା ଉପଲବ୍ଧି କଲେ, ତାହା ହିଁ ମନ୍ତ୍ର ମାଧ୍ୟମରେ ଗୁରୁ- ଶିଷ୍ୟ ପରମ୍ପରାକ୍ରମେ ଜଗତକୁ ଜଣାଇଲେ। ନିଜକୁ ଜାଣିଲେ, ଜଗତକୁ ଜାଣିହେବ ବୋଲି ଏକ ଆଶ୍ୱାସନା ଶୁଣାଇଲେ। ଯାହା ଅଛି ପିଣ୍ଡେ, ତାହା ଅଛି ବ୍ରହ୍ମାଣ୍ଡେ।
ମଣିଷର ଦେହ, ମନ, ଇନ୍ଦ୍ରିୟ, ବୁଦ୍ଧି, ବିବେକ ଇତ୍ୟାଦିର ସବୁବେଳେ ପରିବର୍ତ୍ତନ ହେଉଛି ଯାହା ଫଳରେ ଜାତ ହୁଏ ନିରନ୍ତର ଦୁଃଖ ଶୋକ। କିନ୍ତୁ ଏସବୁକୁ କ୍ରିୟାଶୀଳ କରିଥାଏ ଚେତନା। ଚେତନା ନଥିଲେ ମଣିଷ ଜଡ଼ ପାଲଟି ଯାଏ। ଧ୍ୟାନ ଅବସ୍ଥାରେ ଦିବ୍ୟଦ୍ରଷ୍ଟାମାନେ ଉପଲବ୍ଧି କଲେ ଯେ ଦେହର ଉଭୟ ଭିତର ଓ ବାହାର ଅନିତ୍ୟ। କିନ୍ତୁ ଏଭଳି ଏକ ଚେତନା ମଣିଷ ମନର କେଉଁ କୋଣରେ ରହିଛି, ଯାହାର ବିନାଶ ନାହିଁ। ଯେମିତି ଆକାଶ ସର୍ବତ୍ର ବିଦ୍ୟମାନ, ସେହିଭଳି ଚେତନା। ଏହି ଚେତନାକୁ ଛାଡ଼ିଦେଲେ ଜଗତର ଅସ୍ତିତ୍ୱ ଅସମ୍ଭବ। ଚେତନାକୁ ଖୋଜିବାକୁ ପଡ଼େନାହିଁ ଅବା ମୃତ୍ୟୁ ପର୍ଯ୍ୟନ୍ତ ୟାର ଉପଲବ୍ଧି ପାଇଁ ଅପେକ୍ଷା କରିବାକୁ ପଡ଼େନାହିଁ କାହିଁକିନା ଏହି ଚେତନାଟି ମୋ ଭିତରେ ଅଛି, ତୁମ ଭିତରେ ଅଛି ଏବଂ ଅନ୍ୟମାନଙ୍କ ଭିତରେ ବି ଅଛି। କିନ୍ତୁ ମନ, ବୁଦ୍ଧି, ଇନ୍ଦ୍ରିୟ, ଚିତ୍ତ, ଅହଂକାର ୟାକୁ ଘୋଡ଼େଇ ରଖି ଥିବାରୁ ଜଣେ ଏହାକୁ ଜାଣି ପାରେନାହିଁ। କେହି ଯେତେବେଳେ କଥା କୁହେ ଓ ଶୁଣେ, ତାହା ସେ ଜାଣିପାରେ, ଏଇଥିପାଇଁ ଯେ ତା’ ଭିତରେ ରହିଛି ଚେତନା। ଜୀବ ଭିତରର ଏହି ଚେତନାକୁ ଆତ୍ମା କୁହାଯାଏ। ପ୍ରତ୍ୟେକ ଜୀବ ଓ ଜଡ଼ ପଶ୍ଚାତରେ ପରିବ୍ୟାପ୍ତ ଏକ ଅଖଣ୍ଡ ଶୁଦ୍ଧ ଚେତନା। ପଥର ଖଣ୍ଡିଏ ହେଲେ କ’ଣ ହେବ, ତା’ ଭିତରେ ରହିଛି ଚେତନା। କିନ୍ତୁ ପଥର ଜଡ଼ ହୋଇ ଥିବାରୁ ଚେତନା ସେଥିରେ ପ୍ରକାଶିତ ହୋଇ ପାରେନା। ସମଗ୍ର ଜୀବ ଭିତରେ ଚେତନା ରହିଛି ସତ, କିନ୍ତୁ ମନୁଷ୍ୟ ଭିତରେ ବେଶୀ ପ୍ରତିଫଳିତ। ଶୁଦ୍ଧ ଚୈତନ୍ୟ ହିଁ ଏକ ଓ ଅଦ୍ୱିତୀୟ। କିନ୍ତୁ ପ୍ରତିଫଳନ ଅନେକ। ଯେମିତି କୋଟି କୋଟି ଘଟପୂର୍ଣ୍ଣ ଜଳରେ ଏକଇ ସୂର୍ଯ୍ୟ ବିଭିନ୍ନ ଆକାରେ ପ୍ରତିବିମ୍ବିତ। ଏହି ପ୍ରତିବିମ୍ବିତ ଚେତନାକୁ ଋଷିମାନେ ଆତ୍ମା କୁହନ୍ତି।
ସୂର୍ଯ୍ୟ ଗୋଟିଏ, କିନ୍ତୁ ଜଳ, ସ୍ଫଟିକ, ମସୃଣ ପଦାର୍ଥରେ ଅନେକ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି। ବସ୍ତୁ ବିନାଶ ହୁଏ, କିନ୍ତୁ ଆତ୍ମାର ବିନାଶ ନାହିଁ, ଯେମିତି ସୂର୍ଯ୍ୟଙ୍କର ନାହିଁ। ପ୍ରକୃତରେ ଆତ୍ମା ଆମ ଭିତରେ କେଉଁଠି ଅଛି ଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ କାହିଁକିନା ଆମେ ତାକୁ ଦେଖି ପାରୁ ନାହାନ୍ତି। ବେଦାନ୍ତ କହେ ଯେ ଆତ୍ମାର ଏକ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ। ମଣିଷର ସ୍ଥୂଳ ଶରୀର ଭିତରେ ଏକ ସୂକ୍ଷ୍ମ ଶରୀର ରହିଛି। ସେହି ସୂକ୍ଷ୍ମ ଶରୀର ଗୋଟିଏ, କିନ୍ତୁ ଆମେ ତାକୁ ଚାରି ଭାଗ କରି ବୁଝନ୍ତି- ମନ, ଚିତ୍ତ, ବୁଦ୍ଧି ଓ ଅହଂକାର। ମନ ସବୁ ଭାବନା, ଚିନ୍ତା, କଳ୍ପନା, ଧାରଣାର ଉତ୍ପତ୍ତି କେନ୍ଦ୍ର। ଚିତ୍ତ ହେଉଛି ମନର ଗଭୀରତମ ପ୍ରଦେଶ। ସବୁ କର୍ମର ଛାପକୁ ସ୍ମୃତି ଭାବରେ ସାଇତି ରଖେ। ଏହା ଏକ ହ୍ରଦ ସଦୃଶ, ଯାହା ଉପରେ ଉଠୁଥାଏ ଅବିରତ ସହସ୍ର ଢେଉ। ଭଲ- ମନ୍ଦର ବିଚାର କରି ଯେଉଁ ନିଷ୍ପତ୍ତିି ନିଆଯାଏ, ତାହା ହେଉଛି ବୁଦ୍ଧି। ଏହି ତିନୋଟି ଜିନିଷକୁ ନେଇ ଯେଉଁ ପ୍ରକାର ଅନୁଭୂତି ମଣିଷ ଅର୍ଜନ କରେ, ତାହା ହିଁ ହେଉଛି ଅହଂକାର। ଏହା ବାସ୍ତବରେ ଚାରୋଟି ଜିନିଷ ନୁହେଁ, କିନ୍ତୁ ଗୋଟିଏ, ଯାହାକୁ କୁହାଯାଏ ଅନ୍ତଃକରଣ। ସର୍ବବ୍ୟାପି ଶୁଦ୍ଧ ଚୈତନ୍ୟ ସଦା ପ୍ରକାଶିତ ଓ ଉଦ୍ଭାସିତ। ସୂକ୍ଷ୍ମ ଅନ୍ତଃକରଣର ବୁଦ୍ଧି ଏପରି ସ୍ଫଟିକ ସଦୃଶ ସ୍ୱଚ୍ଛ ଯେ ଶୁଦ୍ଧ ଚୈତନ୍ୟଙ୍କର ପ୍ରତିବିମ୍ବ ସେହିଠାରେ ପଡ଼ିଥାଏ ବୋଲି ବେଦାନ୍ତ କୁହେ, ଯାହା ଫଳରେ ମନ, ବୁଦ୍ଧି, ଚିତ୍ତ, ଅହଂକାର କ୍ରିୟାଶୀଳ ହୋଇ ଉଠନ୍ତି।…. (ବାକି ଆରଥରକୁ)