ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ରାଖୀ ବାନ୍ଧିଲେ ସରପଞ୍ଚ

ଦେବଗଡ଼,ଏନ୍ଏନ୍ଏସ୍: ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ହାତରେ ରାଖୀ ବାନ୍ଧିଲେ ସରପଞ୍ଚ। ଦେବଗଡ଼ ଜିଲ୍ଲା କଂସର ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ସଂକ୍ରମଣ ରୋକିବା ପାଇଁ ସାମୂହିକ ଭାବେ ପର୍ବପର୍ବାଣୀ ପାଳନ ଉପରେ ରୋକ ଲଗାଯାଇଛି। ହେଲେ ସରପଞ୍ଚ ରେବତୀ ପାତ୍ର ସଂକ୍ରମଣର ଭୟକୁ ନଡରି ପ୍ରବାସୀଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କର ଦୀର୍ଘାୟୁ କାମନା କରିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ପ୍ରବାସୀମାନେ ପ୍ରସଂଶା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସୌଭାଗ୍ୟ ପାତ୍ର ସହଯୋଗ କରିଥିଲେ।