ଦେଓଗାଁ ବ୍ଲକରେ ପୂରଣ ହେଲା ୬ ହାଇସ୍କୁଲର ପ୍ରଧାନଶିକ୍ଷକ ପଦବୀ

ଦେଓଗାଁ,ଏନ୍ଏନ୍ଏସ୍ : ଦୀର୍ଘ ବର୍ଷ ଧରି ଦେଓଗାଁ ବ୍ଲକରେ ଖାଲିଥିବା ୬ଟି ହାଇସ୍କୁଲର ପ୍ରଧାନଶିକ୍ଷକ ପଦ ପୂରଣ କରାଯାଇଛି। ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ଅନୁସାରେ କରୁଆଁଝର ଶ୍ରୀରାମଚନ୍ଦ୍ର ହାଇସ୍କୁଲର ସହକାରୀ ଶିକ୍ଷକ ଅମ୍ବରୀଶ ଭୋଇଙ୍କୁ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ କରାଯାଇଛି। ଅର୍ଜୁନପୁର ହାଇସ୍କୁଲର ସହକାରୀ ଶିକ୍ଷକ ଶତ୍ରୁଘ୍ନ ଘଡ଼େଇଙ୍କୁ ବ୍ଲକ୍‌ର ସର୍ବପୁରାତନ ହାଇସ୍କୁଲ ଜରାସିଂହା ନେତ୍ରଭାନୁ ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ କରାଯାଇଛି। ଅର୍ଜୁନପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଦିଲ୍ଲୀପ ସାହୁଙ୍କୁ କୁତୁର୍ଲା ସୁରଧନୁ ହାଇସ୍କୁଲର ପ୍ରଧାନଶିକ୍ଷକ, କରୁଆଁଝର ଶ୍ରୀରାମଚନ୍ଦ୍ର ହାଇସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଲୋକେଶ୍ୱର ପ୍ରଧାନଙ୍କୁ ସେହି ସ୍କୁଲର ଏବଂ ଅର୍ଜୁନପୁର ହାଇସ୍କୁଲର ଶିକ୍ଷକ ଅଶୋକ ରଥଙ୍କୁ ଅର୍ଜୁନପୁର ହାଇସ୍କୁଲ ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ କରାଯାଇଛି। ପୁଇଁନ୍ତଲା ବ୍ଲକ୍ ମହୀମୁଣ୍ଡା ହାଇସ୍କୁଲର ଶିକ୍ଷକ ରବୀନ୍ଦ୍ର ବରିହାଙ୍କୁ ଉପରଝର ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ କରାଯାଇଛି। ଅନ୍ୟପଟେ ଅର୍ଜୁନପୁର ହାଇସ୍କୁଲର ୩ଜଣ ଓ କରୁଆଁଝର ହାଇସ୍କୁଲର ୨ଜଣ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଥିବାରୁ ସେହି ଶିକ୍ଷକଙ୍କ ସ୍ଥାନ କେବେ ପୂରଣ ହେବ ବୋଲି ଅବିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।