୨୦୦ କୋଟି ଟଙ୍କା କ୍ଲବରେ ‘ଦି କେରଲା ଷ୍ଟୋରୀ’

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଲା ଷ୍ଟୋରୀ’ ରିଲିଜ ପରଠୁ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଛି । ଫିଲ୍ମର ବ୍ୟବସାୟ ଏବେ ଧୀରେ ଧୀରେ କମିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି । ପଶ୍ଚିବଙ୍ଗରେ ଫିଲ୍ମକୁ ପ୍ରଥମେ ବ୍ୟାନ କରାଯାଇଥିଲା କିନ୍ତୁ ଏବେ ରିଲିଜ ପାଇଁ ଅନୁମତି ମିଳିଯାଇଛି ।

ନିକଟରେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମା କହିଛନ୍ତି ଯେ, ଏହି ଫିଲ୍ମଟି କେବଳ ଏକ ଫିଲ୍ମ ନୁହେଁ ବରଂ ଆନ୍ଦୋଳନରେ ପରିଣତ ହୋଇଯାଇଛି ବୋଲି ମୋତେ ଲାଗୁଛି । ଫିଲ୍ମକୁ ଦେଶର ଯୁବକଙ୍କ ଭଲ ପାଇବା ମିଳୁଛି । ଲୋକେ ଏହାକୁ ଦେଖିବା ପାଇଁ ଥିଏଟର୍ସ ଯାଉଛନ୍ତି । ଅନେକ ଝିଅଙ୍କର ମା’ ଭାବବିହ୍ୱଳ ହୋଇ ମୋ ପାଖକୁ ଆସି ଏମିତି ଫିଲ୍ମରେ ଅଭିନୟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।