ଏଏସଓ ମେରିଟ ଲିଷ୍ଟ ଖାରଜ କଲେ ହାଇକୋର୍ଟ

କଟକ,ଏନ୍‌ଏନ୍‌ଏସ୍‌: ଏଏସ୍‌ଓ ପରୀକ୍ଷା ଅନିୟମିତତା ମାମଲାର ମେରିଷ୍ଟ ଲିଷ୍ଟ ହାଇକୋର୍ଟ ଖାରଜ କରିଛନ୍ତି । ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବା ପାଇଁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲିଖିତ ପରୀକ୍ଷାର ମୋଟ ମାର୍କ ଆଧାରରେ ଏହି ଲିଷ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । ୭୯୬ଟି ଏଏସଓ ପଦବୀ ପାଇଁ ଗତ ବର୍ଷ ଅଗଷ୍ଟରେ ପରୀକ୍ଷା ହୋଇଥିଲା ।