ସୁପ୍ରିମକୋର୍ଟକୁ ମିଳିଲେ ୨ ନୂଆ ଜଜ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୨ଜଣ ନୂଆ ଜଜ୍ ଆଜି ଶପଥ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶର ମୁଖ୍ୟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଓକିଲ କଲ୍ପଥୀ ଭେଙ୍କଟରମଣ ବିଶ୍ୱନାଥନଙ୍କୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିବୀ ଚନ୍ଦ୍ରଚୂଡ଼ ଶପଥ ପାଠ କରାଇଛନ୍ତି ।

ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ମୂଳରୂପେ ଛତିଶଗଡ଼ ହାଇକୋର୍ଟରୁ ଆସିଛନ୍ତି । ଜଷ୍ଟିସ ମିଶ୍ରା ହେଉଛନ୍ତି ସେଠାରୁ ସୁପ୍ରିମକୋର୍ଟ ଆସିଥିବା ପ୍ରଥମ ଜଜ୍ । ସେହିପରି ଜଜଙ୍କ ବରିଷ୍ଠତା ସୂଚୀ ହିସାବରେ କଲ୍ପଥୀ ଭେଙ୍କଟରମଣ ବିଶ୍ୱନାଥନ ୨୦୩୦ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ।