ସିବିଆଇର ଅବାଧ ପ୍ରବେଶ ଉପରେ ରୋକ ଲଗାଇଲେ ଝାଡଖଣ୍ଡ ସରକାର

ରାଞ୍ଚି,ଏଜେନ୍ସି: ସିବିଆଇର ଅବାଧ ପ୍ରବେଶ ଉପରେ ରୋକ ଲାଗିଛନ୍ତି ଝାଡଖଣ୍ଡ ସରକାର। ଏହିପରି ଭାବେ ଏହା ଦେଶର ୮ମ ରାଜ୍ୟ ଭାବେ ଏହି ନିୟମ ଲାଗୁ କରିଛି। ପୂର୍ବରୁ ସିବିଆଇ ଯେ କୌଣସି ମାମଲାରେ ଝାଡଖଣ୍ଡରେ ପଶି ତଦନ୍ତ କରିବାର କ୍ଷମତା ରଖୁଥିଲା। କିନ୍ତୁ ଏହି ବିଜ୍ଞପ୍ତି ପରେ ଏବେ ଝାଡଖଣ୍ଡରେ ସବିଆଇ ତଦନ୍ତ କରିବାକୁ ହେଲେ ରାଜ୍ୟ ସରକାରଙ୍କ ଠାରୁ ପ୍ରଥମେ ଅନୁମତି ନେବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ଝାଡଖଣ୍ଡ ପୂର୍ବରୁ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ତ୍ରିପୁରା, ମିଜୋରାମ, କେରଳ ଓ ମହାରାଷ୍ଟ୍ର ସରକାର ମଧ୍ୟ ସିବିଆଇର ଅବାଧ ପ୍ରବେଶ ଉପରେ ରୋକ ଲଗାଇଛନ୍ତି।

ଏହି ବିଜ୍ଞପ୍ତିରେ ଝାଡଖଣ୍ଡ ସରକାର କହିଛନ୍ତି ଯେ ସିବିଆଇ ନିଜ କ୍ଷମତା ଓ ସୀମା ବାହାରେ କୌଣସି କାମ କରିପାରିବ ନାହିଁ। କୌଣସି ମାମଲାରେ ତଦନ୍ତ ପାଇଁ ଯଦି ସିବିଆଇ ଝାଡଖଣ୍ଡରେ ପ୍ରବେଶ କରିବ, ତା’ହେଲେ ଏଥିପାଇଁ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ।