ମହାରାଷ୍ଟ୍ରରେ ବନ୍ୟା ନେଲା ୧୩୮ ଜୀବନ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ୧୩୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କେବଳ ପୁନେରୁ ୮୪ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। କୋଙ୍କଣ ଜିଲ୍ଲାରେ ବନ୍ୟା ଯୋଗୁ ହଜାରେରୁ ଅଧିକ ଲୋକ ଫସି ରହିଛନ୍ତି। ଅନ୍ୟପଟେ ଭୂସ୍ଖଳନ ଯୋଗୁ ହଜାର ହଜାର ଘର ଭାଙ୍ଗିଛି। ଏଥିସହିତ ଗମନାଗମନ ବିଶେଷ ଭାବେ ପ୍ରଭାବିତ ହୋଇଛି।