କୋଭିଡ୍ ରୋଗୀଙ୍କୁ ସହାୟତା କରୁଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ଅନେକ ଲୋକ କୋଭିଡ୍ ମହାମାରୀ ସମୟରେ ନିଜ ପରିବାରଠୁ ଦୂରରେ ରହି ଅସହାୟଙ୍କ ସାହାଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଆରିଫ୍ ଖାନ୍ ଜଣେ। ସେ ଦିଲ୍ଲୀରେ ସହିଦ୍ ଭଗତ ସିଂ ସେବାଦଳ ନାମକ ଏନଜିଓ ସହ ଜଡ଼ିତ ଥିଲେ ଏବଂ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। କରୋନା ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଏବଂ କରୋନା ରୋଗୀଙ୍କ ମୃତ୍ୟୁ ପରେ ସେମାନଙ୍କ ଶବକୁ ଗାଡ଼ିରେ ବୋହି ଶେଷକୃତ୍ୟ ସମ୍ପନ୍ନ କରିବା ପର୍ଯ୍ୟନ୍ତ ଆରିଫ୍ ସେବା କରୁଥିଲେ। ସେ ୨ଶହରୁ ଊଦ୍ଧ୍ୱର୍ ମୃତ କୋଭିଡ୍ ରୋଗୀଙ୍କ ମୃତଦେହ ଆମ୍ବୁଲାନ୍ସରେ ବୋହିଛନ୍ତି। ତେବେ ସେ ଗତ କିଛିଦିନ ହେଲା କୋଭିଡ୍-୧୯ରେ ଆକ୍ରାନ୍ତ ଥିଲେ ଏବଂ ଶନିବାର ଦିଲ୍ଲୀସ୍ଥିତ ହିନ୍ଦୁରାଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇାଯାଇଛି।