ରାୟଗଡ଼ା,ଏନ୍ଏନ୍ଏସ୍: କୋଭିଡ ୧୯ ନିୟମକୁ ରାୟଗଡା ସହରର ବ୍ୟବସାୟୀମାନେ ସଠିକ୍ ଭାବେ ପାଳନ କରୁନଥିବା ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ତରଫରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ପ୍ରଶାସନ ତରଫରୁ ଯେଉଁ ଦୋକାନଗୁଡିକ ଖୋଲିବା ପାଇଁ ଅନୁମତି ଦିଆଯାଇନଥିଲା ବିଭିନ୍ନ ସ୍ଥାନରେ ସେହି ଦୋକାନ ଖୋଲାଯାଇଥିଲା। ଫଳରେ ରାୟଗଡ଼ା ମୁଖ୍ୟ ବଜାରରେ ଜନ ଗହଳି ସୃଷ୍ଟି ହୋଇଥିଲା। ପୁଲିସ ଅମାନିଆଙ୍କୁ ଚେତାବନୀ ଦେବାସହ ମାସ୍କ ପିନ୍ଧି ନଥିବାରୁ ୨୨ ହଜାର ଟଙ୍କା ଫାଇନ ଆଦାୟ କରିଥିଲା।