ବାଲିଗୁଡ଼ା,ଏନ୍ଏନ୍ଏସ୍: ବାଲିଗୁଡ଼ାରେ ଚାଲିଥିବା ଠାକୁରାଣୀ ଯାତ୍ରା ୧୮ଦିନରେ ପହଁଚିଛି । ମା’ ପାଟଖଣ୍ଡାଙ୍କ ସମେତ ୪ ଭଉଣୀଙ୍କ ଘଟ ବାଲିଗୁଡ଼ାର ସାହିକୁ ସାହି ପରିଦର୍ଶନକରୁଛନ୍ତି । ରୀତିନିତି ଅନୁଯାୟୀ ପ୍ରତିଦିନ ପୂଜାର୍ଚ୍ଚନା ହେଉଛି । ମା’ଙ୍କ ଦର୍ଶନ ନିମନ୍ତେ ଅସ୍ଥାୟୀ ପୀଠରେ ଭକ୍ତଙ୍କ ସମାଗମ ବଢ଼ିବାରେ ଲାଗିଛି । ମା’ ଆଜି ବଜାର ସାହିକୁ ଭ୍ରମଣରେ ଯାଇଛନ୍ତି । ଏଥିନିମନ୍ତେ ସକାଳୁ ମା’ଙ୍କୁ ବରୁଣ ଓ ପୂଜାର୍ଚ୍ଚନା କରିଥିଲେ, ସଂନ୍ଧ୍ୟା ଆଳତି ପରେ କଳାହାଣ୍ଡି କଟାପା, ଦଶବତାର, ଦୁଲୁଦୁଲି, ଡ୍ୟାନ୍ସ ଗ୍ରୁପ, ବେଲଗୁଣ୍ଠାର ପ୍ରସିଦ୍ଧ ବାଘନାଟ, ସପ୍ତଫେଣି ଓ ଚାଙ୍ଗୁବାଜା ଆଦି ପଟୁଆରରେ ମା’ଙ୍କୁ ପାଛୋଟି ନେଇଥିଲେ । ଏହି ପଟୁଆର ପିଡବ୍ଲ୍ୟୁଡି ଛକଠାରୁ ନେହେରୁ ଛକ ଦେଇ ବସଷ୍ଟାଣ୍ଡ ଯାଇ ବଜାର ସାହିକ ଯାଇ ଅସ୍ଥାୟୀ ପିଠରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାର୍ଚ୍ଚନା ସରିବା ପରେ ମା’ ଅସ୍ଥାୟୀ ପୀଠକୁ ଯାଇଥିଲେ । ପିଡବ୍ଲ୍ୟୁଡି ଛକରେ ପୌରାଣିକ ନାଟକ ମଞ୍ଚସ୍ଥ କରାଯାଇଛି । ଏହି ମଞ୍ଚକୁ ସ୍ଥାନୀୟ ବିଡିଓ ଶଶାଙ୍କ ଶେଖର ପାତ୍ର ଉଦଘାଟନ କରିଥିଲେ । ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଇ ସଙ୍ଗିତ ଅର୍କେଷ୍ଟ୍ରା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ ଓ ଅନ୍ତରା ଚକ୍ରବର୍ତ୍ତୀ ଆଦି ଯୋଗ ଦେଇଛନ୍ତି ।