ଶ୍ରୀନଗର,ଏଜେନ୍ସି: ଗୃହମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଘାଟୀରେ ଟାର୍ଗେଟ୍ କିଲିଂ। ଉତ୍ତର କାଶ୍ମୀର ବାରାମୂଳା ଜିଲ୍ଲାରେ ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଟାର୍ଗେଟ୍ କଲେ ଆତଙ୍କବାଦୀ। ତେବେ ବ୍ୟାଙ୍କ୍ ମ୍ୟାନେଜର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ପରେ ସୁରକ୍ଷାବାହିନୀ ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି। ଆସନ୍ତା ୫ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ବାରାମୂଳାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ, ବାରାମୂଳା ଜିଲ୍ଲାର ଗୌଶବୁଗ ପଟ୍ଟନରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଜେଆଣ୍ଡକେ ଗ୍ରାମୀଣ ବ୍ୟାଙ୍କରେ କାର୍ଯ୍ୟରତ ମ୍ୟାନେଜରଙ୍କ ଉପରକୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଗୁଳି ମାଡ଼ କରିଛନ୍ତି। ତେବେ ବ୍ୟାଙ୍କ ମ୍ୟାନେଜର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରକାଶ ଥାଉକି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜିଠାରୁ ୩ ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଯିବେ।