ପଙ୍କଜ ତ୍ରିପାଠୀ ନିର୍ବାଚନ ଆୟୋଗର ଜାତୀୟ ଆଇକନ୍

ମୁମ୍ବାଇ,ଏଜେନ୍ସି: ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନିଜର ଜାତୀୟ ଆଇକନ୍ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛି। ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ସୋମବାର ଏହି ଘୋଷଣା କରିଛନ୍ତି। ଭୋଟ୍ ପ୍ରତିଶତ ବୃଦ୍ଧି ଏବଂ ଶତପ୍ରତିଶତ ଭୋଟ୍ ପାଇଁ ପ୍ରଚାର କରିବାକୁ ନିର୍ବାଚନ ଆୟୋଗ ଜାତୀୟ ଆଇକନ୍ କିମ୍ବା ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କୁ ବାଛିଥାନ୍ତି।

ଆଜି ୬ଟି ରାଜ୍ୟର ୭ଟି ବିଧାନସଭା ନିମନ୍ତେ ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ହେବ ବୋଲି ଆଜି ସମୟ-ସୂଚୀ ଘୋଷଣା କରି ଭାରତର ନିର୍ବାଚନ କମିଶନ କହିଛି। ଏହାର ୩ ଦିନ ପରେ ଭୋଟ୍ ଗଣନା କରାଯିବ ବୋଲି ମଧ୍ୟ ନିର୍ବାଚନ କମିଶନ୍ ସୂଚନା ଦେଇଛି।