ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗିଲେ ଆତଙ୍କବାଦୀ

ଜମ୍ମୁ-କଶ୍ମୀର: ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଆତବାଦୀମାନେ ଜମ୍ମୁ-କଶ୍ମୀର ଦୋହଲାଇବାକୁ ଚେଷ୍ଟା କରିଛନ୍ତି । ଆତଙ୍କବାଦୀଙ୍କ ତରଫରୁ ହରି ସିଂହ ହାଇଷ୍ଟ୍ରୀଟ କ୍ଷେତ୍ରରେ ସୁରକ୍ଷାବଳ ଉପରକୁ ଗ୍ରେନେଡ ଫିଙ୍ଗା ଯାଇଥିଲା । ଏହି ଆକ୍ରମଣ ଦ୍ୱାରା ୪ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଅପରାହ୍ନ ପାଖାପାଖି ସାଢ଼େ ୩ଟାରେ ସୁରକ୍ଷାକର୍ମୀଙ୍କ ଏକ ଦଳ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ସାହଯ୍ୟରେ ଆକ୍ରମଣ କରିଥିଲେ । ଭାଗ୍ୟବଶତଃ ଗ୍ରେନେଡଟି ରାସ୍ତା କଡ଼ରେ ଫାଟିଥିଲା । ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଛି ।