କୁଲଗାମରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାବଳ ପକ୍ଷରୁ ଜଣେ ଆତଙ୍କବାଦୀକୁୁ ନିହତ କରାଯାଇଛି। ମୃତ ଆତଙ୍କବାଦୀର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଉକ୍ତ ଅଞ୍ଚଳରେ ଅନ୍ୟ ଆତଙ୍କବାଦୀ ଫସି ରହିଥିବା ନେଇ ମଧ୍ୟ ସୂଚନା ମିଳିଛି। ଫଳରେ ଭାରୀ ସଂଖ୍ୟାରେ ଯବାନ ମିଶି ଏହି ଅଞ୍ଚଳକୁ ଘେରି ଦେଇଛନ୍ତି। ମୃତ ହେଉ କି ଜୀବିତ ଯଥାଶୀଘ୍ର ଆତଙ୍କବାଦୀଙ୍କୁ ବାହାର କରିବାକୁ ଯବାନମାନେ ଲକ୍ଷ୍ୟ ରଖିଛନ୍ତି।

ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷାବଳ ତୁରନ୍ତ ଘଟଣାସ୍ଥଳରେ ପହଂଚି ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ଅନ୍ୟପଟେ ଆତଙ୍କବାଦୀମାନେ ଗୁଳି ଚାଳନା ଆରମ୍ଭ କରିଥିଲେ। ଏହାର ଜବାବ ଦେବାକୁ ଯାଇ ସୁରକ୍ଷାବଳ ମଧ୍ୟ ଗୁଳି ଚାଳନା ଆରମ୍ଭ କରିଥିବା ଜଣାପଡ଼ିଛି।