ପୁଲିସ ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ୨ ପୁଲିସକର୍ମୀ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପୁଲିସ ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଘମାଘଟ ଗୁଳି ବର୍ଷଣ ଫଳରେ ୨ଜଣ ଯବାନ ସହିଦ ହୋଇଛନ୍ତି। ଏବେ ଉଭୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ଉକ୍ତ ଅଞ୍ଚଳର ଚାରି ପାର୍ଶ୍ୱରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

କଶ୍ମୀର ଜୋନ ପୁଲିସଙ୍କ କହିବା ମୁତାବିକ, ଆତଙ୍କବାଦୀମାନେ ଶ୍ରୀନଗରର ବାରଜୁଲା ଅଞ୍ଚଳରେ ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିଲେ। ଏଥିରେ ଆହତ ହୋଇଥିବା ପୁଲିସକର୍ମୀଙ୍କୁ ଯଥାଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୨ଜଣ ପୁଲିସ ସହିଦ ହୋଇଛନ୍ତି।