ଆଫଗାନ୍‌ ସେନାର ଏୟାର ଷ୍ଟ୍ରାଇକ୍‌, ୩୦ ପାକିସ୍ତାନୀ ଆତଙ୍କବାଦୀ ସମେତ ୧୧୨ ତାଲିବାନ ନିହତ

କାବୁଲ,ଏଜେନ୍ସି: ଆଫଗାନିସ୍ତାନ ସେନାର ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଲସ୍କର ଗାହ ସହର ଉପରେ ଏୟାର ଷ୍ଟ୍ରାଇକ୍‌ ହୋଇଛି। ଏଥିରେ ୩୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସମେତ ୧୧୨ ଜଣ ତାଲିବାନୀ ନିହତ ହୋଇଛନ୍ତି। ନିହତ ପାକ୍‌ ଆତଙ୍କବାଦୀମାନେ ଭାରତୀୟ ଉପମହାଦେଶ ପାଇଁ ଗଠିତ ଅଲ୍‌କାଏଦା ଆତଙ୍କୀ ଗୋଷ୍ଠୀର ସଦସ୍ୟ ବୋଲି ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ କିଛିଦିନ ହେଲା ଆଫଗାନିସ୍ତାନରେ ରକ୍ତର ହୋଲି ଖେଳୁଛି ତାଲିବାନ ଆତଙ୍କବାଦୀ ସଂଗଠନ। ଏହାକୁ କିଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହଯୋଗ ମଧ୍ୟ କରୁଥିବାର ଅଭିଯୋଗ ଆସିଛି। ଦୁଇ ଆତଙ୍କବାଦୀ ସଂଗଠନ ମିଶି ଆଫଗାନ ସରକାର ଓ ସେନା ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ ଆସିଛି। ତେବେ ଏବେ ଆଫଗାନୀ ସରକାର ଦୃଢ ଜବାବ ଦେବା ଆରମ୍ଭ କରିଛି।

ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଲସ୍କର ଗାହ ସହର ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି ସେନା। ଯେଉଁଥିରେ ୩୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସମେତ ୧୧୨ ଜଣ ତାଲିବାନୀ ନିହତ ହୋଇଛନ୍ତି। ନିହତ ପାକ୍‌ ଆତଙ୍କବାଦୀମାନେ ଅଲ୍‌କାଏଦା ଗୋଷ୍ଠୀର ବୋଲି ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।