କାଲିଠୁ ସମସ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ,ଏନ୍ଏନ୍ଏସ୍: ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ବାହାର ଜିଲ୍ଲାର ଭକ୍ତମାନେ ଆସି ଜଗା ଦର୍ଶନ କରିପାରିବେ। ଏହି ପରିପ୍ରେକ୍ଷୀରେ ପ୍ରତିଦିନ ୧୫ରୁ ୧୭ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ପ୍ରଶାସନ ଆଶା ରଖିଛି। ନୂଆବର୍ଷରେ ଅଧିକ ଜନଗହଳିକୁ ଦୃଷ୍ଟିରେ ରଖି ଗତକାଲି ଭଳି ଆଜି ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଉଁ ଭକ୍ତ ଆସିବେ ସେମାନଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି। ପୁରୀବାସୀଙ୍କ ପାଇଁ ହୋଇଥିବା ୬ ଦିନିଆ ଦର୍ଶନ ବ୍ୟବସ୍ଥା ପରେ ଦିନକୁ ୧୫ରୁ ୧୭ ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ହୋଇପାରିବ। ଯଦି ଶୃଙ୍ଖଳିତ ଦର୍ଶନ ହୁଏ ତେବେ ଫେବୃଆରୀରୁ ସ୍ଥିତି ଅନୁଧ୍ୟାନ କରି ପୂର୍ବଭଳି ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ତେବେ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି।