ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଂଚିଥିବାବେଳେ ଅନ୍ୟପଟେ ଗତ ତିନି ଦିନ ହେଲା ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ସକାଳ ୯ ଘଟିକା ପରେ ଘରୁ ବାହାରିବା କଷ୍ଟ ହୋଇପଡ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ବିଭିନ୍ନ କାର୍ଯ୍ୟାଳୟରେ ଥିବା କାର୍ଯ୍ୟ ପାଇଁ ଗରମକୁ ଭୟ କରି ଲୋକେ ପଦାକୁ ବାହାରୁ ନାହାନ୍ତି। ଫଳରେ ରାସ୍ତା ଜନଶୂନ୍ୟ ହୋଇପଡ଼ିଛି। ଆଉ ବାହାରକୁ ବାହାରୁଥିବା ଲୋକେ ଆଖୁ ରସ, ଲସି, ଫଳ ରସ ଦୋକାନରେ ଭିଡ଼ ଜମାଉଛନ୍ତି।
