Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜୁନିୟର ଏନ୍‌ଟିଆର୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜୁନିୟର ଏନ୍‌ଟିଆର୍‌

ହାଇଦ୍ରାବାଦ,ଏଜେନ୍ସି: ରବିବାର ଦିନିକିଆ ତେଲେଙ୍ଗାନା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ । ତେଲେଙ୍ଗାନା ବିଜେପି ପକ୍ଷରୁ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନାଲଗୋଣ୍ଡା ଜିଲ୍ଲା ମୁନୁଗୋଡୁରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ଗୃହମନ୍ତ୍ରୀ । ଏହା ପରେ ଗୃହରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଥିଲେ ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌ । ସାକ୍ଷାତ ବେଳର କିଛି ଫଟୋ ଟ୍ବିଟରରେ ସେୟାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଶାହ ଦଳୀୟ କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଦିଲ୍ଲୀ ଫେରିବା ପୂର୍ବରୁ ଏୟାରପୋର୍ଟ ନିକଟରେ ଏକ ହୋଟେଲରେ ଜୁନିୟର ଏନଟିଆରଙ୍କ ସହ ସାକ୍ଷାତ କରିଥିଲେ । ସାକ୍ଷାତ ସମୟର କିଛି ଫଟୋ ଟ୍ବିଟରରେ ସେୟାର କରି ଅମିତ ଶାହ ଲେଖିଛନ୍ତି,” ଜଣେ ଅତି ଦକ୍ଷ ଅଭିନେତା ତେଲୁଗୁ ସିନେମା ଷ୍ଟାର ଏନଟିଆରଙ୍କ ସହ ଏକ ସୁନ୍ଦର ସାକ୍ଷାତ ହେଲା ।” କେନ୍ଦ୍ରମନ୍ତ୍ରୀ ଜି. କ୍ରିଷ୍ଣା ଏନଟିଆରଙ୍କୁ ଅମିତ ଶାହଙ୍କ ସହ ସାକ୍ଷାତ କରାଇଥିଲେ । ଅମିତ ଶାହ ଏନଟିଆରଙ୍କୁ ଫୁଲତୋଡା ଦେଇ ନିମନ୍ତ୍ରଣ କରିଥିଲେ । ପାଖାପାଖି ୪୫ ମିନିଟ ଧରି ଭୟଙ୍କର ମଧ୍ୟରେ ସାକ୍ଷାତକାର ହୋଇଥିଲା । ୨୦ ମିନିଟ ସେମାନଙ୍କ ମଧ୍ୟରେ ବ୍ୟକ୍ତିଗତ ଆଲୋଚନା ହୋଇଥିଲା । ଏହାପରେ ଦଳୀୟ ନେତା କ୍ରିଷ୍ଣା ରେଡ୍ଡୀ, ତାରୁନଚୁଙ୍ଗ ଏବଂ ବନ୍ଦୀ ସଞ୍ଜୟଙ୍କ ସହ ମିଶି ଭୋଜନ କରିଥିଲେ ।

ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅମିତ ଶାହ ଜୁନିୟର ଏନଟିଆଙ୍କ ସହ ସାକ୍ଷାତ ସମୟରେ ସିନିୟର ଏନଟିଆର ବିଷୟରେ କହିଥିଲେ । ଏନଟିଆରଙ୍କ ଚଳଚ୍ଚିତ୍ର ‘ବିଶ୍ୱାମିତ୍ର’ ଏବଂ ‘ଦାନଭିରାସୁରା କର୍ନା’ ଦେଖିଥିବା କହିଥିଲେ ଶାହ । ତେବେ ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ବିଜେପି ତାର ନିର୍ବାଚନୀ ରଣନୀତି ଆରମ୍ଭ କରିସାରିଛି । ପୂର୍ବରୁ ମଧ୍ୟ ଦଳ ତାର ଜାତୀୟ କାର୍ଯ୍ୟକାରିଣୀ ପାଇଁ ହାଇଦ୍ରାବାଦକୁ ଚୟନ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବରିଷ୍ଠ ନେତା ଏହି ସର୍ବୋଚ୍ଚ ସାଙ୍ଗଠନିକ ବୈଠକରେ ଅଂଶଗ୍ରହଣ କରିବା ପାଇଁ ହାଇଦ୍ରାବାଦ ପହଞ୍ଚିଥିଲେ । ତେବେ କିଛି ଦିନ ବ୍ୟବଧାନରେ ପୁଣି ତେଲେଙ୍ଗାନା ଗସ୍ତ କରିଥିଲେ ଶାହ।