ଟେଲିକମ୍ କମ୍ପାନୀରୁ ସୃଷ୍ଟି ହେବ ୪୦ ହଜାର ରୋଜଗାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ମେନୁଫେକଚରିଂ ଗତିବିଧିକୁ ଆଗକୁ ବଢ଼ାଇବା ପାଇଁ ଲଗାତାର ଚେଷ୍ଟା ଜାରି ରହିଛି। ସେଥିପାଇଁ ପୀଏଲଆଇ ସ୍କିମ କାର୍ଯ୍ୟକାରୀ କରିବାର ଯୋଜନା ପ୍ରସ୍ତୁତ ହୋଇଛି। ଟେଲିକମ୍ ଉପକରଣ ପ୍ରସ୍ତୁତି ପାଇଁ ପୀଏଲଆଇ ଅନ୍ତର୍ଗତ ୧୨ ହଜାର ୧୯୫ କୋଟିର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଆଗାମୀ ୫ ବର୍ଷ ମଧ୍ୟରେ ୨ଲକ୍ଷ ୪୪ହଜାର ୨୦୦ କୋଟି ଟଙ୍କାର ଟେଲିକମ୍ ଉପକରଣ ଉତ୍ପାଦନ କରାଯିବ ବୋଲି ସରକାର ଆଶା ରଖିଛନ୍ତି।

ସରକାରଙ୍କ କହିବାନୁସାରେ, ଏହି ଯୋଜନା ଦ୍ୱାରା ୪୦ ହଜାର ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ରୋଜଗାର ସୃଷ୍ଟି ହେବ। ଏହାସହ୧.୯୫ଲକ୍ଷ କୋଟି ଟଙ୍କାର ରପ୍ତାନି ହେବ ଓ ୧୭ ହଜାର କୋଟି ଟଙ୍କାର ଟେକ୍ସ ରାଜସ୍ୱ ସୃଷ୍ଟି ହେବ। ଏହି ସ୍କିମରେ ବିକ୍ରି ମାନକକୁ ପୁରା କରିବା ପାଇଁ ଏମଏସଏମଇରୁ ଉର୍ଦ୍ଧ୍ୱ କେଟେଗରୀରେ ନିବେଶ କରିବାର ସୁବିଧା ହେବ।