ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା  ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଅପହୃତ ନାବାଳିକାକୁ ୨୦ତାରିଖ  ପିପିଲିମାରୁ ଉଦ୍ଧାର କରି ଝାରସୁଗୁଡା ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲା। ପରେ ଅଭିଯୁକ୍ତକୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ପୁଲିସ ସୂଚନା ଅନୁସାରେ ନାବାଳିକାଙ୍କୁ ତେଲେନପାଲି ଶାସ୍ତ୍ରୀନଗର ଜଣେ ଯୁବକ ଅଗଷ୍ଟ ୨୭ତାରିଖରେ ଅପହରଣ କରିଥିଲା। ଏ ନେଇ ନାବାଳିକା ବାପା ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ୨୯ତାରିଖରେ ତାଙ୍କୁ ଗାନ୍ଧୀ ଛକ ଅଞ୍ଚଳରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରେ ଗତ ୩୧ତାରିଖ ଦିନଶିବା ନାମକ ଜଣେ ଯୁବକ ପୁଣି ଥରେ ସମ୍ପୃକ୍ତ ନାବାଳିକାକୁ ଅପହରଣ କରି ନେବା ସହ ମିଥ୍ୟା ବିବାହ କରି ତାସହ ଶାରୀରିକସମ୍ପର୍କ ରଖିଥିବା ନାବାଳିକାର ବାପା ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ସୋମବାର ନାବାଳିକାକୁ ଉଦ୍ଧାର କରିବା ସହିତ ଯୁବକକୁ ବ୍ରଜରାଜନଗର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।