କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା ବ୍ୟବସ୍ଥା କିପରି ଭାବେ ଚାଲିଛି ଏବଂ ପ୍ରତିଦିନ ଶିକ୍ଷକମାନେ ନିଜ ଜୀବନକୁ କିପରି ବାଜି ଲଗାଇ ବିଦ୍ୟାଳୟକୁ ଯାଉଛନ୍ତି ତାହା ଆଜି ଏହି ଦୃଶ୍ୟରେ ଦେଖିବାକୁ ମିଳିଛି। ଶିକ୍ଷକମାନେ ନିଜ କର୍ତ୍ତବ୍ୟକୁ ସମ୍ପାଦନ କରିବା ପାଇଁ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଉଛନ୍ତି । ଏପରିକି ଯେଉଁଠି ସ୍ୱଚ୍ଛ ପାନୀୟଜଳର ଅଭାବ, ବିଜୁଳିର ଅଭାବ ଥିଲେ ମଧ୍ୟ ସେମାନେ ସେହି ଅଞ୍ଚଳକୁ ଯାଇ ନିଜର କାର୍ୟ୍ୟ ସମ୍ପାଦନ କରୁଛନ୍ତି ।

